ଋଷିଆ ଟିକା ସ୍ପୁଟନିକ୍-ଭି ଫଳପ୍ରଦ ହୋଇଛି

ସତ୍ୟଶିଖା ୧୫/୧୨/୨୦୨୦ : ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍- ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧ ଦଶମିକ ୪ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛନ୍ତି ନିର୍ମାତା ।  ଏନେଇ  ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରୁଥିବା ଋଷିଆର ଗାମେଲିଆ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ପ୍ରେସ ରିଲିଜ୍ କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ସ୍ଫୁଟନିକ- ଭି ଟିକାର ପ୍ରଥମ ଡୋଜ୍ ନେଇଥିବା ୨୨ ହଜାର ୭୧୪ ଜଣ ସ୍ୱେସ୍ଥାସେବୀଙ୍କ ଦେହରେ ୨୧ ଦିନ ପରେ ସୃଷ୍ଟି ହୋଇଥିବା ଫଳାଫଳକୁ ଆଧାର କରି ଏହି ଡାଟା ପ୍ରସ୍ତୁତ କରାଯାଇଛି ।ବିଶ୍ୱର ପ୍ରଥମ ଟିକା ଭାବେ ସ୍ଫୁଟନିକ ଭି ଫଳପ୍ରଦ ହୋଇଥିବା ନେଇ ଋଷିଆ ପକ୍ଷରୁ ଦାବି କରାଯାଇଥିଲା । ହେଲେ ଏହାର ପରୀକ୍ଷଣ ଠିକ୍ ଭାବରେ ହୋଇନଥିବାରୁ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶ ପ୍ରଶ୍ନ ଉଠାଇଥିଲେ । ତାପରେ ଋଷ୍ିଆରେ ଏହି ଟିକାର ମାନବ ପରୀକ୍ଷଣ ଚାଲିଛି ।

Exit mobile version