ସତ୍ୟଶିଖା ୨୬/୦୮/୨୦୨୫: ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। ଯାହାକୁ ଲୋକେ ଆଉ ବ୍ୟବହାର କରିପାରୁନାହାନ୍ତି। ଯେହେତୁ ପୂର୍ବରୁ ନିୟମ ଥିଲା ଯେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ବ୍ୟବହାର କରାଯାଇପାରିବ ନାହିଁ। ଏନେଇ ଲୋକେ ଭଲ କଣ୍ଡିସନ ଥିଲେ ଗାଡ଼ିକୁ ବ୍ୟବହାର କରିପାରୁନଥିଲେ। ହେଲେ ବର୍ତ୍ତମାନ ଏଥିରେ କୋହଳ କରିଛନ୍ତି ସରକାର। ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ବ୍ୟବହାର କରିପାରିବେ। ର୍ବରୁ 15ର ବର୍ଷର ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ନିଷେଧାଦେଶ ଥିଲା। ପୂର୍ବରୁ ଥିବା ନିୟମକୁ ପରିର୍ବତ୍ତନ କରାଯାଇ ୨୦ବର୍ଷକୁ ବୃଦ୍ଧି କରାଯାଇଛି ।
ପୁରୁଣା ଗାଡି ପାଇଁ କୋହଳ ହେଲା ନିୟମ ।
