ଅପରାଧନ୍ୟୁଜ୍ରାଜ୍ୟ

୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ସତ୍ୟଶିଖା( ଭୁବନେଶ୍ୱର)୧୮.୦୪.୨୦୨୨:   ଜମି ପିଟିସନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ରାଜସ୍ୱ ନିରୀକ୍ଷକ ।

ସମ୍ବଲପୁର ଜମନକିରା ରାଜସ୍ୱ ନିରୀକ୍ଷକ ମନୋଜ ମହାନନ୍ଦଙ୍କ ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି ।

ଜମନକିରା ଓରାମ ପଡ଼ାର ଦୁଃଖା ମିଞ ତାଙ୍କ ର ଜମି ବିଭାଜନ ପାଇଁ ଆବେଦନ କରିଥିବା ବେଳେ ଆର.ଆଇ ତାଙ୍କୁ ତାଙ୍କ ଲାଞ୍ଚ ମାଗି ଥିଲେ । ପରେ ସେ ଭିଜିଲାସନ୍ସ ବିଭାଗ ସହ ଯୋଗାଯୋଗ କରିଥିଲା ।

ଦିନ ଦଶଟା ବେଳେ ତାଙ୍କ କାର୍ଯ୍ୟାଳୟରେ ୯ ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Show More
Back to top button