କୋରୁକୋଣ୍ଡା ବ୍ଲକର ସହକାରୀ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାରଣାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |


ସତ୍ୟଶିଖା : {ମାଲକାନାଗିରି} ୩୦-୬-୨୦ କୋରୁକୋଣ୍ଡା ଗୋଷ୍ଠୀଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ; ସହକାରୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାରଣାଙ୍କ ସରକାରୀ ଚାକିରୀରୁ ସେବା ନିବୃତି ନେବା ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା | ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପତିତପାବନ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଭାରେ କୋଭିଡ-୧୯ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱକୁ ବଜାୟ ରଖି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବି.ଇ.ଓ ତଥା ବି.ଆର.ସି.ସି ସୁଶ୍ରୀ ଗାୟତ୍ରୀ ଦେବୀ , ସେକ୍ସନ ଅଫିସର ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସେଠୀ ଓ ପୂର୍ବତନ ତଥା କାର୍ଯ୍ୟରତ ସମସ୍ତ ସି.ଆର.ସି.ସି ଗଣ ଉକ୍ତ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନକରି ଶ୍ରୀଯୁକ୍ତ ମହାରଣାଙ୍କ କର୍ତ୍ତବ୍ୟନିଷ୍ଠା , ଦାୟିତ୍ୱବୋଧ,ସମୟାନୁବର୍ତ୍ତିତା, ଶିକ୍ଷକ ମାନଙ୍କ ପ୍ରତି ସହାନୁଭୂତି, ମୋୖକ୍ଷିକ ମାର୍ଗଦର୍ଶନ ଓ ଶିକ୍ଷାବିଭାଗ ପ୍ରତି ତାଙ୍କର ଅବଦାନର ଭୁୟସୀ ପ୍ରଶଂସା କରିଥିଲେ l ଦୀର୍ଘ ୩୮ ବର୍ଷ ଶିକ୍ଷାବିଭାଗର ବିଭିର୍ନ୍ନ ପଦପଦବୀରେ ରହି ସୁଚାରୁରୂପେ ଦାୟିତ୍ୱସମ୍ପର୍ଣ୍ଣ କରିଥିବାରୁ ସମସ୍ତ ସି .ଆର.ସି.ସି ଓ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ମାନିତ କରାଯାଇ ବିଭିର୍ଣ୍ଣ ଉପଢୌକନ ପ୍ରଦାନ କରାଯାଇଥିଲା | ଅବସରପ୍ରାପ୍ତ କର୍ମଚlରୀ ଙ୍କର ଅବସରପ୍ରାପ୍ତ ଜନିତ ସମସ୍ତ କାଗଜପତ୍ରର ନକଲ ଗୋଷ୍ଠୀଶିକ୍ଷା ଅଧୀକାରୀ ଶ୍ରୀଯୁକ୍ତ ଦାସ ତାଙ୍କ ହସ୍ତରେ ପ୍ରଦାନ କରିଥିଲେ | ଯାହାକି ଉକ୍ତ କାର୍ଯ୍ୟାଳୟର ଏହା ପ୍ରଥମ ଘଟଣା ହେlଇଥିବାରୁ ସମସ୍ତେ ଏହାର ଉଚ୍ଚ ପ୍ରଶଂସା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ ସଂମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସ୍ୱାଇଁ , ସହ ସଂମ୍ପାଦକ ପ୍ରଭାତ କୁମାର ପରିଡା , ବାଲିମେଳା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |