ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ସତ୍ୟଶିଖା ୧୬/୦୮/୨୦୨୫: ସପ୍ଲିମେଣ୍ଟାରୀରେ ପାସ୍ ହାର ୫୬.୨୩ ପ୍ରତିଶତ ରହିଛି । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ୧୯୪୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏ-୨ ଗ୍ରେଡ୍‌ରେ ୩, ବି-୧ ଗ୍ରେଡ୍‌ରେ ୧୪, ବି-୨ ଗ୍ରେଡ୍‌ରେ ୩୯, ସି ଗ୍ରେଡ୍‌ରେ ୧୧୩, ଡି ଗ୍ରେଡ୍‌ରେ ୨୭୬, ଇ ଗ୍ରେଡ୍‌ରେ ୫୨୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହାସହ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେ ୫୫.୨୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୫୯୭୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏ-୨ ଗ୍ରେଡ୍‌ରେ ୧୩, ବି-୧ ଗ୍ରେଡ୍‌ରେ ୨୩୨, ବି-୨ ଗ୍ରେଡ୍‌ରେ ୭୨୩, ସି ଗ୍ରେଡ୍‌ରେ ୧୭୩୮, ଡି ଗ୍ରେଡ୍‌ରେ ୨୦୭୫, ଇ ଗ୍ରେଡ୍‌ରେ ୧୧୯୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ସେହିପରି ମୋବାଇଲରେ ମେସେଜ ଜରିଆରେ ୦୧୦୨୧୦ ଲେଖି ନିଜ ରୋଲ୍ ନମ୍ବର ଲେଖି ୫୬୭୬୭୩୦କୁ ପଠାଇ ପରୀକ୍ଷାର୍ଥୀ ମାନେ ନିଜ ରେଜଲ୍ଟ ଜାଣିପାରିବେ । ଏହା ବ୍ୟତୀତ www.bseodisha.ac.inରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ । ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷାର୍ଥୀ ମାନେ ଚଳିତ ବର୍ଷ ସାମ୍ସ ଓ୍ବେବସାଇଟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ହଜାର ୪ ଶହ ୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୧୦୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୦ ହଜାର ୮ ଶହ ୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଜୁନ୍ ୩୦ ତାରିଖରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Exit mobile version