ନ୍ୟୁଜ୍ରାଜ୍ୟଶିକ୍ଷା

ଜୁନ୍‍ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ – ଗଣଶିକ୍ଷା ମନ୍ତ୍ରୀ

ସତ୍ୟଶିଖା( ଭୁବନେଶ୍ୱର )୦୪.୦୬. ୨୦୨୨ : ମାଟ୍ରିକ ପରୀକ୍ଷା ଶେଷ ପରେ ସରିଛି ଖାତାଦେଖା। ଚଳିତ ଜୁନ୍‍ ମାସ ଶେଷ ସପ୍ତାପରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଖାତା ଦେଖା ଶେଷ ହେବା ପରେ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଯୋଗ୍ୟ, ଗତ ମେ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା  ଆରମ୍ଭ ହୋଇଥିଲା। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା ।  ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ହୋଇଥିଲା। ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ। ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Show More
Back to top button