ସତ୍ୟଶିଖା ୨୧/୦୧/୨୦୨୧ : ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଚୋରାମଦ ବ୍ୟବସାୟ ବଢିଚାଲିଥିଲା ବେଳେ ଅସାଧୁ ବ୍ୟବସାୟୀ ମାନେ ସହଜରେ ଖସିଯାଉଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ପ୍ରସ୍ତୁତ ପାଇଁ ମହଜୁଦ୍ ଥିବା ହଜାର ହଜାର ଲିଟର ପୋଚ ଜବତ୍ କରାଯିବା ସହ ଅବକାରୀ ବିଭାଗ ଏହାକୁ ନଷ୍ଟ କରୁଛି । ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଅବକାରୀ ବିଭାଗ ବିଫଳ ହେଉଛି । ହେଲେ ଗୁରୁବାର ଦିନ ମଧ୍ୟାହ୍ନରେ ବାଙ୍କୀ ଅବକାରୀ ବିଭାଗକୁ ଗୋଟିଏ ବଡ ସଫଳତା ମିଳିଛି । ଅବକାରୀ ଅଧିକାରୀ ଟେଲେସପର୍ ଲାକ୍ରା ବିଶେଷ ସୂତ୍ରରୁ ଖବର ପାଇ ବାଙ୍କୀ କଟକ ମୁଖ୍ୟ ରାସ୍ତାର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସାଧା ପୋଷାକରେ ଏକ ସୁଇଫ୍ଟ ଡିଜେଆର କାର ସହିତ ସେଥିରେ ଥିବା ଦେଶୀ ଚୋରା ମଦ ପ୍ଟାଷ୍ଟିକ ବ୍ୟାରେଲକୁ ଜବତ୍ କରି ଡ୍ରାଇଭର ସମେତ ଜଣକୁ କାବୁ କରି ଗରିଫ କରିବାରେ ସଫଳ ହୋଇଛନ୍ତି ।
ବାଙ୍କୀରେ ଅବକାରୀ ବିଭାଗର ଚଢାଉ; ୪୦୦ଲିଟର ମଦ ଜବତ୍
