ଜୀବନମନ୍ତ୍ରଦେଶନ୍ୟୁଜ୍ବିଦେଶସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଖୁବଶୀଘ୍ର ଆସିବାକୁ ଯାଉଛି ହୋମ-ସାଲିଭା ଟେଷ୍ଟ

ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : କରୋନା ଟେଷ୍ଟ କରିବାର ବିଭିନ୍ନ  ତରିକା ରହିଛି । ସ୍ଵାବ ଟେଷ୍ଟରେ ଲୋକଙ୍କୁ ଟିକେ କଷ୍ଟ ଅନୁଭବ ହୋଇଥାଏ । ତେବେ ଏବେ ସାଲିଭା ଟେଷ୍ଟକୁ ସମସ୍ତେ ହୁଏତ ସ୍ବାଗତ କରିପାରନ୍ତି । ସାଲିଭା ଟେଷ୍ଟରେ ଲୋକଙ୍କୁ କ୍ଲିନିକ୍ ଯିବାକୁ ପଡ଼ିବ ନାହିଁ, ବରଂ ଘରେ ରହି କରୋନା ଟେଷ୍ଟ କରି ପାରିବେ । ଘରେ ଏକ ପାତ୍ରରେ କେବଳ ଛେପ ପକାଇବା ବା ଥୁକିବାକୁ ହେବ । ଅନ୍ୟ କରୋନା ପରୀକ୍ଷା ତୁଳନାରେ ଏଥି​ରେ କମ୍ ଖର୍ଚ ହେବ । ଏହା ଦ୍ୱାରା ଟେଷ୍ଟ ମଧ୍ୟ ବୃଦ୍ଧି ପାଇବ । ଖାଲି ଏତିକି ନୁହେଁ ସ୍କୁଲ କାର୍ଯ୍ୟକ୍ଷେତ୍ର, ରେସ୍ତୋରାଁ, ଦୋକାନ ତଥା ଅନ୍ୟ ସ୍ଥାନକୁ ଖୋଲିବା ଦିଗରେ ଏହା ସାହାଯ୍ୟ କରିବ ।ଏପ୍ରିଲରେ ୟୁଏସ ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ କୋଭିଡ ପାଇଁ ପ୍ରଥମ ସାଲିଭା ଟେଷ୍ଟ ଲାଗି ଅନୁମତି ଦେଇଥିଲା । ମାତ୍ର ଏ ପାଇଁ ପ୍ରଫେସନାଲ ସ୍ଵାସ୍ଥସେବୀଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର କଣ୍ଟେନର ଦରକାର । ତା’ପରେ ମେ ମାସରେ ପ୍ରଥମେ ଲୋକମାନଙ୍କୁ ସେମାନଙ୍କ ନମୁନା ପ୍ରଦାନ କରିବାକୁ ଅନୁମତି ମିଳିଥିଲା । ସ୍ଵତନ୍ତ୍ର ଟ୍ୟୁବରେ ନୁମନା ସଂଗ୍ରହ କରାଯାଇ ରଟଗର୍ସ କ୍ଲିନିକାଲ ଜିନୋମିକ୍ସ ଗବେଷଣାଗାରରେ ପରୀକ୍ଷା କରାଯାଇଥାନ୍ତା ।ଏବେ କିନ୍ତୁ ନିକଟରେ ଏଫଡିଏ ସାଲିଭା ଡାଇରେକ୍ଟ ନାଁରେ ଇୟୁଏ ଜାରି କଲା । ଯେଉଁଥିରେ ସ୍ଵତନ୍ତ୍ର କଣ୍ଟେନର ଆବଶ୍ୟକ ପଡ଼ିବ ନାହିଁ । ଗବେଷଣାଗାର ଏପାଇଁ ଆବେଦନ କରିପାରିବେ । ଗବେଷକଙ୍କୁ ଏଥିରେ କୌଣସି ସ୍ଵତନ୍ତ୍ର କେମିକାଲ ବ୍ୟବହାର କରିବାକୁ ପଡ଼ିବ ନାହିଁ । ତେବେ ଏ ପାଇଁ ମଧ୍ୟ ପ୍ରଫେସନାଲ ହେଲଥ କେୟାର ଉପସ୍ଥିତରେ ହିଁ ଛେପ ପକାଇବାକୁ ହେବ ।ସାଲିଭା ଡାଇରେକ୍ଟର କୋ-ଡେଭଲପର ଆନି ଉଇଲି କହିଛନ୍ତି ଏହା ଦ୍ୱାରା କରୋନା ଭାଇରସ ଜାଣିବା ସହଜ ହୋଇଯିବ । ତେବେ ଏହା ହେଉଛି ଏକଦମ ନୂତନ ପ୍ରକାର ଡାଇଗ୍ନୋଷ୍ଟିକ୍ ପଦ୍ଧତି। ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଜଣା ନାହିଁ । ସ୍ପାବରେ ଏକ ପ୍ରୋଟୋକଲ କାମ ଦେଉଥିବାରୁ ସେହି ସମାନ ପ୍ରୋଟୋକଲ କିନ୍ତୁ ସାଲିଭାରେ କାମ ଦେବ ନାହିଁ । ସାଲିଭା ଡାଇରେକ୍ଟ ଭାଇରାଲ ଜେନେଟିକ ମ୍ୟାଟେରିଆଲକୁ ମଧ୍ୟ ଚିହ୍ନଟ କରିବ । ତେବେ ଉଇଲି ଏବଂ ତାଙ୍କ ଟିମ ପ୍ରଥମ ଭର୍ସନ ସାଲିଭା ଟେ​‌ଷ୍ଟ କରିଛନ୍ତି ଓ ଏହାର ତୁଳନା ଷ୍ଟାଣ୍ଡାର୍ଡ ପିସିଆର ସହ କରିଛନ୍ତି । ୯୭ ପ୍ରତିଶତ ପରୀକ୍ଷା ଫଳ ଦୁଇଟି ପରୀକ୍ଷା ସହ ଥିଲା ସମାନ। ସ୍ଵତନ୍ତ୍ର କଲେକ୍ଟଡ ଟ୍ୟୁବ ଆବଶ୍ୟକ ହେଉ ନ ଥିବାରୁ ଏହା ଖର୍ଚ ମଧ୍ୟ ହେବ । ଏହା ସହ ଛୋଟ ଲ୍ୟାବରେ ମଧ୍ୟ ସାଲିଭା ପରୀକ୍ଷା କରାଯାଇପାରିବ ।

Show More
Back to top button