ଦେଶ

ଦେଶରେ ୩ ରାଜ୍ୟରେ ଭୂକମ୍ପ ଝଟକା

ସତ୍ୟଶିଖା(ନୂଆଦିଲ୍ଲୀ ) ୧୮.୦୬.୨୦୨୧:  ଦେଶରେ ୩ ରାଜ୍ୟରେ ଶୁକ୍ରବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ୩ ରାଜ୍ୟରେ ଭୂକମ୍ପ ଭିନ୍ନ ଭିନ୍ନ ସମୟରେ ଅନୁଭବ ହୋଇଛି। ଆସାମର ସୋନିତପୁର, ଚନ୍ଦେଲର ମଣିପୁରେ, ମେଘାଳୟର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ଯଥାକ୍ରମେ ୪.୧,୩.୦ ଓ ୨.୬ ରେକର୍ଡ କରାଯାଇଛି।
ଏନସିଏସ ସୂଚନା ଅନୁଯାୟୀ, ମେଘାଳୟର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ସକାଳ ୪ଟା ୨୦ରେ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୨.୬ ରେକର୍ଡ କରାଯାଇଛି। ସୋନିତପୁରରେ ୨ଟା୪୦ରେ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ସବୁଠାରୁ ଅଧିକ ୪.୧ ରେକର୍ଡ କରାଯାଇଛି। ସେହିପରି ମଣିପୁରରେ ଚନ୍ଦେଲରେ ବିଳମ୍ବିତ ରାତିରେ ୧.୦୬ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୩.୦ ରେକର୍ଡ କରାଯାଇଛି।

 

Show More
Back to top button