

ସତ୍ୟଶିଖା ୦୮.୦୮.୨୦୨୦ :ମୃଦୁ ଭୂମିକମ୍ପ ଝଟକା ଗଞ୍ଜାମ ଓ ଗଜପତି ଜିଲ୍ଲାରେ l ଆଜି ସକାଳ ୭ଟା ୧୦ ମିନିଟରେ ମୃଦୁ ଭୂମିକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି । ପ୍ରାୟ ୩ ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଏକ ଶବ୍ଦ ଶୁଣାଯାଇଥିଲା ବୋଲି ଲୋକେ କହିଛନ୍ତି । ତେବେ ଏହି ମୃଦୁ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି, ଗଜପତି ଜିଲ୍ଲାର ମୋହନା, ଅଡ଼ବା, ଆର.ଉଦୟଗିରିରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ସମୟରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଓଡ଼ିଶାରେ ବହୁ ଦିନ ପରେ ଭୂକମ୍ପ ମୃଦୁ ଅନୁଭୂତ ହୋଇଥିବାରୁ ଅନେକ ଲୋକ ଭୟଭୀତ ଅଛନ୍ତି ।