ଧର୍ମନ୍ୟୁଜ୍ରାଜ୍ୟ

ଆଜିଠାରୁ ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ,ସୁରକ୍ଷିତ ଭାବରେ ରଥ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶ l

ସତ୍ୟଶିଖା : ୨୯ .୦୭.୨୦୨୦ : ଆଜିଠାରୁ ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ, ସୁରକ୍ଷିତ ଭାବରେ ରଥ ଖୋଲିବା ପାଇଁ ପ୍ରଶାସନର ନିର୍ଦ୍ଦେଶ l ଚଳିତ ବର୍ଷର ତିନି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ସଂରକ୍ଷିତ ରଖାଯିବ । ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି‌ ନେଇଛି । ଏହି କ୍ରମରେ ଆଜି ଠାରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ୨୫ ଦିନ ଭିତରେ ଶେଷ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶ (ଚିଠି ନଂ-୫୭୮୧/୨୭.୭.୨୦୨୦) ଅନୁଯାୟୀ, ସିଂହଦ୍ୱାରରେ ଅଟକି ରହିଥିବା ତିନିରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ମୁଖ୍ୟ ମହାରଣା, କମାର ସେବକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଉପରୋକ୍ତ ସେବକମାନେ ଆବଶ୍ୟକ ଲୋକ ଲଗାଇ ରଥଭଙ୍ଗା ସହ ଜଗନ୍ନାଥ ବଲ୍ଲଭକୁ ଏହାକୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବେ । ଏ ବାବଦରେ ପ୍ରତ୍ୟେକଙ୍କୁ ୨୦୨୦ ବର୍ଷ ପାଇଁ ସ୍ଥିରୀକୃତ ମଜୁରି ଅନୁଯାୟୀ ଗୋଟିଏ ଲେଖାଏଁ ମଜୁରି ପ୍ରଦାନ କରାଯିବ। ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସହକାରୀ ଯନ୍ତ୍ରୀ ଗୋକୁଳାନନ୍ଦ ସାବତଙ୍କୁ କାମ ଅନୁଧ୍ୟାନ ଦାୟିତ୍ୱ ଦିଆଯାଇଛି । ତାଙ୍କ ଉପସ୍ଥିତିରେ ତିନିରଥରୁ ଅକ୍ଷୁର୍ଣ୍ଣ ଓ ସୁରକ୍ଷିତ କାଠ, ପଟା ଆଦି ଖୋଲାଯିବ ଓ ସ୍ଥାନାନ୍ତର ହେବ । ରଥଭଙ୍ଗା ସମୟରେ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ।

Show More
Back to top button