ସତ୍ୟଶିଖା (କଟକ) ୧୯.୧୨.୨୦୨୦ : ଆଉ କାମ ଦେବନି ଦଲାଲଙ୍କ ରାଜ୍ । ଆରଟିଓ ଅଫିସରେ ବିନା ପରୀକ୍ଷାରେ ମିଳିବନି ଲର୍ଣ୍ଣିଂ ଲାଇସେନ୍ସ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଏଣିକି ଅଧିକ କଠୋର ହେବ । ଲାଇସେନ୍ସ ପ୍ରଦାନରେ ଯେମିତି କୌଣସି କୋହଳ କିମ୍ବା ଅନିୟମିତତା ନହୁଏ ତାର ତଦାରଖ ପାଇଁ ପ୍ରତ୍ୟେକ ଆର୍ଟିଓର ଲର୍ଣ୍ଣିଂ ଲାଇସେନ୍ସ (ଏଲ୍ଏଲ୍) ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି । ଏଥିସହ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକାରୀମାନେ ଟଚ୍ସ୍କିନ୍ କମ୍ପ୍ୟୁଟରରେ ପରୀକ୍ଷା ଦେବେ ବୋଲି ରାଜ୍ୟ କମିସନର କର୍ତ୍ତୃପକ୍ଷ (ଏସ୍ଟିଏ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା କଠୋର ହେବ
