ନ୍ୟୁଜ୍

ଆରମ୍ଭ ହୋଇଛି ବାହାନଗାରେ ଦୁର୍ଘଟଣା ସ୍ଥଳରୁ ସ୍ଥାନାନ୍ତର ପ୍ରକ୍ରିୟା

ସତ୍ୟଶିଖା (ଭୁବନେଶ୍ୱର ) ୨୮.୧୦.୨୦୨୩ :  ହଟୁଛି ବାହାନଗା ଦୁର୍ଘଟଣା ସ୍ଥଳରୁ ରେଳ ଡବା l ଏ ନେଇ ଆରମ୍ଭ ହୋଇଛି ବାହାନଗାରେ ଦୁର୍ଘଟଣା ସ୍ଥଳରୁ ସ୍ଥାନ୍ତାନ୍ତର ପ୍ରକ୍ରିୟା l ଜୁନ ୨ ତାରିଖରେ ଘଟିଥିବା ସେହି ଲୋମହର୍ଷକାରୀ ରେଳଦୁର୍ଘଟଣାର ଚିତ୍ର ଏବେ ବି ଲୋକମାନଙ୍କ ମନରୁ ହଟିନଥିବା ବେଳେ ଦୀର୍ଘ ପାଞ୍ଚ ମାସ ପରେ ଆରମ୍ଭ ହୋଇଛି ରେଳ ଡବା ଗୁଡିକର ସ୍ଥାନାନ୍ତରିତ ପକ୍ରିୟା। କିଛି ଦିନ ପୂର୍ବରୁ ରେଳ ବିଭାଗ ତରଫରୁ ଇ-ଟେଣ୍ଡର ହୋଇଥିଲା l

ପଶ୍ଚିମବଙ୍ଗର ଏକ ଘରୋଇ କମ୍ପାନୀ ଉକ୍ତ ଡବା ଗୁଡିକୁ ନେବା ପାଇଁ ସ୍ଥିର ହୋଇଥିଲା। ଗ୍ୟାସ କଟର ସାହାଯ୍ୟରେ ଉକ୍ତ ଡବା ଗୁଡିକୁ କଟା ଯାଇ ନେବା ପାଇଁ ପ୍ରସ୍ତୁତି ଜାରିରହିଛି। ତେବେ ଉକ୍ତ ଡବା ଗୁଡିକ ରେଳ ଧାରଣା ପାର୍ଶ୍ବରେ ଜରି ଘୋଡାଯାଇ ରଖାଯାଇଥିବା ବେଳେ ସ୍ଥାନୀୟ ଲୋକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏହାକୁ ଦେଖି ସେଦିନର ସେହି ଛାତିଥରା ଦୃଶ୍ୟ କଥା ଭାବି ମର୍ମା ହେଉଥିଲେ। ତେଣୁ ଏହି ଡବା ଗୁଡିକୁ ହଟାଇବା ପାଇଁ ବାରମ୍ବାର ସ୍ଥାନୀୟ ଲୋକ ରେଳ ବିଭାଗକୁ ଜଣାଇଥିଲେ।

Show More
Back to top button