Uncategorizedଦେଶରାଜନୀତି

ଆଜି ପଶ୍ଚିମବଙ୍ଗ-ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା,(ନୂଆଦିଲ୍ଲୀ) ୧୮.୦୩ .୨୦୨୧ : ମୁଣ୍ଡ ଉପରେ ନିର୍ବାଚନ । ଆଗକୁ 5ଟି ରାଜ୍ୟରେ ହେବାକୁ ଯାଉଛି ଗଣତନ୍ତ୍ର ମହାପର୍ବ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗରେ ଟିଏମସିକୁ ପରାଜୟର ସ୍ବାଦ ଚଖେଇ ବିଜୟର ବାନା ଉଡାଇବାକୁ ଜୋରଦାର ପ୍ରସ୍ତୁତି କରୁଛି ବିଜେପି । ଏନେଇ ଆଜି ପଶ୍ଚିମବଙ୍ଗର ପୁରୁଲିଆରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହେବ । କୁହାଯାଉଛି,ଏଥର ନିର୍ବାଚନର ରଣନୀତି ବଦଳାଇଛି ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ବଦଳରେ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବାକୁ ଚେଷ୍ଟା କରିବ ଦଳ । ତେବେ ପଶ୍ଚିମବଙ୍ଗ ସହ ପ୍ରଧାନମନ୍ତ୍ରୀ ଆସାମ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଗତକାଲି ଟ୍ବିଟ କରି ସୂଚନା ଦେଇଥିଲେ ।

ସୂଚନା ଥାଉକି, ଏହି ରାଲି ଆସନ୍ତା 20ରେ ହେବାକୁ ଥିଲା । ହେଲେ 2ଦିନ ପୂର୍ବରୁ ଆୟୋଜନ କରାଯାଉଛି । ତେବେ ଆସନ୍ତା 27ରେ ପଶ୍ଚିମବଙ୍ଗରେ 30ଟି ସିଟ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି ।

Show More
Back to top button