କୋଭିଡର ଦ୍ୱିତୀୟ ଟିକା ନେଲେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା(ନୂଆଦିଲ୍ଲୀ) ୦୮ .୦୪.୨୦୨୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ ଯାଇ ମୋଦି ଏହି ଟିକା ନେଇଛନ୍ତି। ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏ ବାବଦରେ କହିଛନ୍ତି, ସେ କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ହେଉଛି ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Exit mobile version