ପିଏମ କିଷାନ ଯୋଜନାରେ ଅଷ୍ଟମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା(ନୂଆଦିଲ୍ଲୀ) ୧୪ .୦୫.୨୦୨୧:  ପିଏମ କିଷାନ ସମ୍ମାନନିଧି ଯୋଜନାରେ କେନ୍ଦ୍ରର ସହାୟତା । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଗଲା । ପିଏମ କିଷାନ ସମ୍ମାନନିଧି ଯୋଜନାରେ ଅଷ୍ଟମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ଏହି ସମାରୋହରେ ଦେଶର ପ୍ରାୟ ୯.୫ କୋଟି କୃଷକଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ପଠାଗଲା ।

ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧ ଦଶମିକ ୧୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଖାତାକୁ ଯାଇସାରିଲାଣି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା । ଏହା ଡିବିଟି ଜରିଆରେ ସିଧା କୃଷକଙ୍କ ଖାତାକୁ ଯାଇଥାଏ ।

Exit mobile version