

ସତ୍ୟଶିଖା( ଭୁବନେଶ୍ୱର )୨୪.୦୩.୨୦୨୨ : ତିନି ଦିନିଆ ଭାରତ ଗସ୍ତରେ ଆସିବେ ନେପାଲ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର୍ ଦେବୁବା । ଏପ୍ରିଲ 1 ରୁ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଗସ୍ତରେ ଆସିବା ନେଇ ନେପାଲର ସମ୍ବାଦ ସଂସ୍ଥା ‘ଦି କାଠମାଣ୍ଡୁ ପୋଷ୍ଟ’ ପକ୍ଷରୁ ଜଣାପଡିଛି ।
କାଠମାଣ୍ଡୁ ପୋଷ୍ଟ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେବୁବା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ପଡୋଶୀ ଦେଶ ଗସ୍ତରେ ଆସିଥିବା ନିମନ୍ତ୍ରଣକୁ ଗ୍ରହଣ କରିସାରିଛନ୍ତି । ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ତାଙ୍କର ତିନି ଦିନିଆ ନେପାଳ ଗସ୍ତ ଶେଷ କରିବା ପରେ ଏହି ସୂଚନା ଦିଆଯାଇଛି ।
ଗତ ସପ୍ତାହରେ ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ । ଶ୍ରୀଲଙ୍କା ଅର୍ଥନୀତି ପାଇଁ ଭାରତ ଦେଇଥିବା ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ବାହ୍ୟ ଋଣ ଦେୟ ଏବଂ ବ୍ୟବସାୟ ପାଇଁ ଦେଶରେ ଆମେରିକୀୟ ଡଲାରର ଅଭାବ ହେତୁ ଆର୍ଥିକ ଦ୍ୱନ୍ଦ୍ୱକୁ ଦୂର କରିବାରେ ଭାରତ ଦ୍ୱୀପ ଦେଶକୁ 2.415 ବିଲିୟନ ଡ଼ଲାରର ପ୍ରତିଶୃତି ଦେଇଛି ।
ଚଳିତ ବର୍ଷ ଜାନୁଆରୀରେ ଜୟଶଙ୍କର ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଥିଲେ ଏବଂ କହିଥିଲେ ଯେ ଭାରତ ସର୍ବଦା ଶ୍ରୀଲଙ୍କା ସହିତ ଛିଡା ହୋଇଛି । ଏବଂ ଆର୍ଥିକ ତଥା ଅନ୍ୟାନ୍ୟ ସମସ୍ୟା ଦୂର କରିବା ପାଇଁ ଶ୍ରୀଲଙ୍କାକୁ ସମର୍ଥନ କରିବ ।