ଦେଶନ୍ୟୁଜ୍

ଏପ୍ରିଲ ୨୪ରେ ଜମ୍ମୁ କଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ନେଇ ଜୋରଦାର ପ୍ରସ୍ତୁତି

ସତ୍ୟଶିଖା( ନୂଆଦିଲ୍ଲୀ )୨୨.୦୪.୨୦୨୨ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଜମ୍ମୁ କଶ୍ମୀର ଗସ୍ତ କରିବେ। ଏଥି ପାଇଁ ଜମ୍ମୁ କଶ୍ମୀର ପୋଲିସ ଓ ପ୍ରଶାସନ ଦ୍ବାରା ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ଜମ୍ମୁ କଶ୍ମୀର ଗସ୍ତ କରିବେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସାମ୍ବା ଜିଲ୍ଲାକୁ ଗସ୍ତ କରିବେ। ଜିଲ୍ଲାର ପାଲୀ ଗାଁରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁକଶ୍ମୀରରୁ ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ହେବ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ। ଏହା ପୂର୍ବରୁ ସେ ୨୦୧୯ ଅକ୍ଟୋବର ୨୭ରେ ରାଜୌରୀ ଓ ୨୦୨୧ ନଭେମ୍ବର ୩ରେ ଜମ୍ମୁ ସଂଭାଗ ନୌସେରା ସେକ୍ଟରରେ ଯବାନଙ୍କ ସହିତ ଦୀପାବଳି ପାଳନ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜମ୍ମୁ କଶ୍ମୀରବାସୀଙ୍କ ସୁରକ୍ଷା ଓ ବିକାଶ ପାଇଁ ସବୁ ବେଳେ ଉଦ୍ୟମ କରୁଛି। ବିଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। 

Show More
Back to top button