ନ୍ୟୁଜ୍ରାଜ୍ୟଶିକ୍ଷା

ଜାନୁଆରୀ ୧୦ରୁ ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ୍‌: SRCଙ୍କ ନିର୍ଦ୍ଦେଶ

ସତ୍ୟଶିଖା (ଭୁବନେଶ୍ୱର)୦୭.୦୧.୨୦୨୨: ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନେଇ ଆସିଛି ବଡ଼ ଖବର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ବ୍ୟତୀତ ରାଜ୍ୟର ସମସ୍ତ କଲେଜ ବନ୍ଦ ରହିବ । ତେବେ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । କଲେଜ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଅନଲାଇନ୍ କ୍ଲାସ କରିବ ବୋଲି କୁହାଯାଇଛି ।

Show More
Back to top button