ପିଆଜ ଦର ସେଞ୍ଚୁରି ଛୁଇଁଲା

ସତ୍ୟଶିଖା (ଗଜପତି) ୨୯/୧୦/୨୦୨୦ : ସେଞ୍ଚୁରୀ ଛୁଇଁବାକୁ ବସିଲାଣି ପିଆଜ ଦର। ଗଜପତି ଜିଲ୍ଲାରେ ବର୍ତ୍ତମାନ ପିଆଜ ଦର ୮୦ ରୁ ୯୦ ଟଙ୍କା ବିକ୍ରି ହେଉଛି । କେବଳ ଗଜପତି ନୁହେଁ, ସାରା ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବୃଦ୍ଧି ପାଉଛି । ଯାହାର ପ୍ରଭାବ ସିଧା ସଳଖ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଉପରେ ପଡୁଛି । ପିଆଜ ଦର ନିୟନ୍ତ୍ରଣ ନ ହେଲେ ଦିନ ମଜୁଆରି ଏବଂ ଖଟିକିଆ ଲୋକ ଏଭଳି ଭାବେ ହନ୍ତସନ୍ତ ହେବେ । ଦିନକୁ ଦିନ ପିଆଜ ଦର ଆକାଶ ଛୁଆଁ ହେଲାଣି । ପିଆଜ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସ୍ବଳ୍ପ ରୋଜଗାର କରୁଥିବା ଜଣେ ମଣିଷ ଅଧା କିଲୋ ପିଆଜ କିଣି ଖାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି ।
ସେପଟେ ବ୍ୟବସାୟୀଙ୍କ କହିବା କଥା ହେଲା ଗଜପତି ଜିଲ୍ଲାକୁ ହାଇଦ୍ରାବାଦ କିମ୍ୱା ବେଙ୍ଗାଳୁରୁର ପିଆଜ ଆସିଥାଏ । ଯାହା ସେପଟେ ବନ୍ୟା ଲାଗି ମାଲ ମିଳି ପାରୁ ନାହିଁ । ଯାହାଫଳରେ ଚଢା ଦରରେ ବ୍ୟବସାୟୀମାନେ ପିଆଜ କିଣି ବିକ୍ରି କରୁଛନ୍ତି । ପିଆଜ ଦରକୁ ନେଇ ପ୍ରଶାସନର କହିବା କଥା ହେଲା ବଜାର ଦର ପ୍ରତି ଅବଗତ ଅଛନ୍ତି । ଯେହେତୁ ପିଆଜ ଦର ଚାରିଆଡେ ବଢିଛି ତେଣୁ ପ୍ରଶାସନ କୌଣସି ପଦକ୍ଷେପ ନେଇପାରୁନାହିଁ ।






