ଦେଶନ୍ୟୁଜ୍

୫୬ ହଜାର ଟଙ୍କା ଟପିବ ସୁନା ଦର !

ସତ୍ୟଶିଖା(ନୂଆଦିଲ୍ଲୀ ) ୨୪.୦୧.୨୦୨୨ :  ନାରୀ ହେଉକି ପୁରୁଷ , ସୁନା ପ୍ରତି ମମସ୍ତଙ୍କର ଦୁର୍ବଳତା ରହିଛି । ବିବାହ ହେଉକି ଅନ୍ୟକିଛି ମାଙ୍ଗଳିକ କାର୍ଯ୍ୟ ସୁନାର ଚାହିଦା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ହେଲେ ବର୍ତ୍ତମାନ ଆପଣ ସୁନା କିଣିବାକୁ ଚାହୁଛନ୍ତି କି ? ତେବେ ଜାଣିନିଅନ୍ତୁ ଆଜିର ସୁନାର ଦାମ୍‍ । ଆଉ ସୁନାକୁ ନେଇ କ’ଣ ରହିଛି ଆଗକୁ ସ୍ଥିତି । ଗତ କିଛି ଦିନ ଧରି ବଜାରରେ ସୁନାର ଦାମ୍‍ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବଜାରରେ ସୁନାର ମୂଲ୍ୟ ୪୮ ହଜାର ଟଙ୍କା ଟପିଲାଣି । ଆଉ ଆଗକୁ ଆହୁରି ମଧ୍ୟ ସୁନାର ଦାମ୍‍ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁନାରେ ଅର୍ଥ ବିନିଯୋଗ କରିବାର ଉତ୍ତମ ସମୟ । କାରଣ ଆଗାମୀ ୧୨ ମାସ ମଧ୍ୟରେ ଏହାର ଦାମ୍‍ ବହୁତ ବଢ଼ିପାରେ ।

Show More
Back to top button