ଧର୍ମନ୍ୟୁଜ୍

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ,କରୋନା କଟକଣା ପାଇଁ ଏବର୍ଷ କେବଳ ହୋମ ଯଜ୍ଞ ଅନୁଷ୍ଠିତ ହେବ l

ସତ୍ୟଶିଖା ( ଭୁବନେଶ୍ୱର )୧୯/୦୨/୨୦୨୧ :  ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳରେ ଧୁନୀ ପ୍ରଜ୍ଜଳିତ ହୋଇଥାଏ । ଏହାକୁ ନଜର ରଖି ସାଧୁସନ୍ଥଙ୍କ ଆଗମନ ହୋଇଛି । ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି ମେଳା ପାଇଁ ଆସିଛନ୍ତି । ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ସାଧୁ ସନ୍ଥ ଆସିଛନ୍ତି । ହରିକୀର୍ତନ, ଭାଗବତ, ଚଣ୍ଡୀପାଠ ଲାଗି ଖଣ୍ଡଗିରି ପାହାଡରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ ପ୍ରତ୍ୟକ ବର୍ଷ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁ ଏକାଠି ହୁଅନ୍ତି । କିନ୍ତୁ ଏବର୍ଷ କରୋନା ପାଇଁ କେବଳ ହୋମ ଯଜ୍ଞ କରାଯାଉଛି । କିନ୍ତୁ ମେଳା ଏବଂ ଯାତ୍ରା ଉପରେ ଲାଗିଛି ରୋକ୍ । ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ । ବିଶ୍ୱାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବ l

Show More
Back to top button