ରାଜନୀତିରାଜ୍ୟ

ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ନିୟମରେ ପରିବର୍ତ୍ତନ

ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ .୨୦୨୧: ପଞ୍ଚାୟତ ନିର୍ବାଚନ ନିୟମରେ ସଂଶୋଧନ ନେଇ ରାଜ୍ୟପାଳଙ୍କ ଅନୁମୋଦନ ପରେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ନିୟମରେ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଅନୁସାରେ, ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ ବାକ୍ସ ସିଲ ହେବ । ଭୋଟ ପରେ ପ୍ରିଜାଇଡିଂ ଅଫିସର ବାଲଟ ବାକ୍ସ ସିଲ କରିବେ । ସବୁ କାଗଜପତ୍ର ସହିତ ସ୍ୱତନ୍ତ୍ର ପ୍ୟାକେଟ କରାଯିବ । ଏହି ପ୍ୟାକେଟ ନିର୍ବାଚନ ଅଧିକାରୀଙ୍କ ପାଖକୁ ପଠାଯିବ । ଶେଷରେ ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ହେବ । ବିଜ୍ଞପ୍ତି ଅନୁସାରେ ଏଣିକି ବୁଥରେ ନୁହେଁ ବ୍ଲକରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହେବ । ଭୋଟ ଗ୍ରହଣ ପରେ ଛୋଟ ବାକ୍ସ ସିଲ ହୋଇ ବ୍ଲକରେ ରହିବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ପରେ ଗଣତି ହେବ । ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ନିୟମ ୨୦୨୧ ଅନୁଯାୟୀ ଭୋଟ ଗଣତି ସମୟରେ କୌଣସି ସ୍ଥିତି ସମ୍ପର୍କରେ ଖବର ବାହାରକୁ ପ୍ରକାଶ କରାଯିବ ନାହିଁ । ପୂର୍ବରୁ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ (ପି୍ରଜାଇଡିଂ ଅଫିସର) ମାନେ ପଞ୍ଚାୟତ ଓ ବୁଥ ସ୍ତରରେ କିଏ କେତେ ଭୋଟ ବ୍ୟବଧାନରେ ଆଗେଇଛି ତାହା ଅବଗତ କରିଦେଉଥିଲେ । ଓଡ଼ିଶ ଜିଲ୍ଲା ପରିଷଦ ନିର୍ବାଚନ ସଂଶୋଧନ ନିୟମ ୨୦୨୧ ଅନୁସାରେ, ଭୋଟ ଗ୍ରହଣ ଦିନ ହେବନି ଗଣତି । ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ପରେ ପ୍ରିଜାଇଡିଂ ଅଫିସର, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ କରାଯିବ । ତା ପରେ ତାକୁ ନିର୍ବାଚନ ଅଧିକାରୀଙ୍କ ପାଖକୁ ପଠାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଭୋଟ ଗଣତି ହେବ । ପ୍ରାର୍ଥୀ ଓ ପୁଲିସଂ ଏଜେଣ୍ଟଙ୍କ ଉପସ୍ଥିତିରେ ଧାର୍ଯ୍ୟ ତାରିଖରେ ଗଣତି ହେବ । ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା ।

 

Show More
Back to top button