ଦେଶରାଜ୍ୟ

ପୁଣି ୨୫ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ, ଏବେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା

ସତ୍ୟଶିଖା(ନୂଆଦିଲ୍ଲୀ ) ୧୮.୦୮ .୨୦୨୧: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି । ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି ।

ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା, ଯାହାକି ଜୁଲାଇ ମାସରେ ବୃଦ୍ଧି ପାଇ ୮୩୪ ଟଙ୍କାରେ ପହଞ୍ଚିଥିଲା। ଯଦି ଚଳିତ ବର୍ଷ ଜାନୁଆରି ମାସରୁ ଏପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ବୃଦ୍ଧିକୁ ନଜର କରାଯିବ ତେବେ ମୋଟ ୧୬୫ ଟଙ୍କା ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ପରେ କୋଲକତାରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୮୯ ଟଙ୍କା ରହିଛି, ମୁମ୍ବାଇରେ ୮୫୯.୫୦ ଓ ଲକ୍ଷ୍ନୌରେ ୮୯୭.୫ ଟଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ, ତୈଳ କମ୍ପାନିମାନେ ପ୍ରତ୍ୟେକ ମାସ ଏଲପିଜି ସିଲିଣ୍ଡରର ଦାମ ଉପରେ ସମୀକ୍ଷା କରି ଦାମ ବୃଦ୍ଧି ଓ ହ୍ରାସ ନେଇ ନିଷ୍ପତ୍ତି ନେଉଛନ୍ତି । ପ୍ରତି ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ଥିବାରୁ ବିଭିନ୍ନ ରାଜ୍ୟରେ ଏହାର ଦାମ ଅଲଗା ଅଲଗା ରହିଛି ।

Show More
Back to top button