ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : କୁକୁରର ସୁନା ମୂର୍ତ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତୁର୍କମେନିସ୍ତାନର ରାଷ୍ଟ୍ରପତି ନିଜ ପୋଷା କୁକୁରର ୫୦ ଫୁଟ୍ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି । କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ନେତାଙ୍କର ମୂର୍ତ୍ତି ପ୍ରତି ଦୁର୍ବଳତା ରହିଛି । ତୁର୍କମେନିସ୍ତାନର ଶାସନ ମୁଖ୍ୟ ତଥା ରାଷ୍ଟ୍ରପତି ନିଜ ପୋଷା କୁକୁରର ୫୦ ଫୁଟ୍ ଉଚ୍ଚର ମୂର୍ତ୍ତି ପ୍ରତିଷ୍ଠା କରି ଚର୍ଚ୍ଚାରେ ରହିଛନ୍ତି । କେବଳ ଏତିକି ନୁହେଁ ଏହି ମୂର୍ତ୍ତିକୁ ତୁର୍କମେନିସ୍ତାନର ରାଜଧାନୀ ଅଶଗାବାତରେ ପ୍ରତିଷ୍ଠା କରାଯାଇଛି । ୨୦୦୭ରେ ଶାସନ ଗାଦିରେ ବସିଥିବା ଗୁରବାଙ୍ଗୁଲୀ ବୈର୍ଦୟମୁହମେଦୋ ଗତ ବୁଧବାର ଅଲଓ୍ୱି ପ୍ରଜାତିର ଏହି କୁକୁରର ବିଶାଳ ମୂର୍ତ୍ତିକୁ ଅନାବରଣ କରିଛନ୍ତି ।
ରାଷ୍ଟ୍ରପତି ଙ୍କ ସୁନା କୁକୁର
