ନ୍ୟୁଜ୍ରାଜ୍ୟ

ପୁରୀ ରାଜଭବନରେ ରହିବେ ରାଷ୍ଟ୍ରପତି

ସତ୍ୟଶିଖା( ପୁରୀ )୧୬.୦୨.୨୦୨୨ : ତିନିଦିନ ପରେ ଦୁଇଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଉପଲକ୍ଷେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଯେହେତୁ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ମହପ୍ରଭୁଙ୍କ ଦର୍ଶନ ସହ ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ, ସେହିଦୃଷ୍ଟିରୁ ବ୍ୟାପକ ସାଜସଜା କରାଯାଉଛି। ଆଜି ପୁଲିସ ଏଡିଜି ରାମକୃଷ୍ଣ ଶର୍ମା ପୁରୀ ଗସ୍ତରେ ଆସି ତାଳବଣିଆ ହେଲିପ୍ୟାଡ୍‌, ଗୌଡ଼ୀୟ ମଠ ଓ ଶରଧାବାଲିସ୍ଥିତ ସଭାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇଜି ନରସିଂହ ଭୋଳ, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ହୋଟେଲ ମେ’ ଫେୟାରରେ ରହଣୀ ସହ ରାତ୍ରୀଯାପନର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ପୁରୀ ରାଜଭବନରେ ବିଶ୍ରାମ ସହ ରାତ୍ରୀଯାପନ କରିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି।

Show More
Back to top button