

ସତ୍ୟଶିଖା( ପୁରୀ )୧୦.୧୧.୨୦୨୨: ପୁରୀରେ ପହଁଚିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ସ୍ୱତନ୍ତ୍ର ଚପରରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଁଚିଲେ । ତାଳବଣିଆ ହେଲିପ୍ୟାଡରୁ ଶ୍ରୀମନ୍ଦିର ଅଭିମୁଖେ ରାଷ୍ଟ୍ରପତି । ଶ୍ରୀ ଜିଉ ଙ୍କୁ ଦର୍ଶନ କରି ଆଶିଷ ନେବେ ରାଷ୍ଟ୍ରପତି । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ବିମାନ ବନ୍ଦରରେ ଗାର୍ଡ ଅଫ ଅନର ପରେ ପୁରୀ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି ।
ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଛନ୍ତି । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ । ୪୫ ମିନଟର ଦର୍ଶନ କାର୍ୟ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି । ସକାଳ ୧୦ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୀ ବଡଦାଣ୍ଡରେ ଚାଲିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ବଳଗଣ୍ଡି ଛକରେ କାରରୁ ଓହ୍ଲାଇ ଚାଲି ଚାଲି ଆସିଲେ । ବଡ ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ ଆସୁଛନ୍ତି ରାଷ୍ଟ୍ରପତି । ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଷ ନେବେ ରାଷ୍ଟ୍ରପତି ।