ଅପରାଧନ୍ୟୁଜ୍ରାଜନୀତିରାଜ୍ୟସ୍ୱାସ୍ଥ୍ୟ

ମହିଳା ଥାନାରେ ହାଜରେ ହେଲେ ଘରୋଇ ଟିଭି ଚ୍ୟାନାଲର ମାନବ ସମ୍ବଳ ବିଭାଗ ମୁଖ୍ୟ l

ସତ୍ୟଶିଖା ୧୮.୦୯.୨୦୨୦ : ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଚ୍ୟାନେଲର ମାନବ ସମ୍ବଳ ବିଭାଗର ମୁଖ୍ୟ । ଏହି ମାମଲାରେ ପୂର୍ବରୁ ଚ୍ୟାନେଲର କିଛି ବରିଷ୍ଠ କର୍ମକର୍ତା ହାଜର ହୋଇସାରିଛନ୍ତି । ଏହି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଘରୋଇ ଚ୍ୟାନେଲର କିଛି କର୍ମଚାରୀ ଓ ସୁରକ୍ଷାକର୍ମଚାରୀଙ୍କ ସହ କିଛି ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

“ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା “

“ପୂର୍ବରୁ ହାଜର ହୋଇସାରିଛନ୍ତି ବରିଷ୍ଠ ଅଧିକାରୀ”

ଗତ ଅଗଷ୍ଟ ୩୧ ତାରିଖରେ କମିଶନରେଟ ପୋଲିସ ଆଗରେ ଏଭଳି ବୟାନ ଦେଇଥିଲେ ଗଣଦୁଷ୍କର୍ମର ଅଭିଯୋଗ ଆଣିଥିବା ୧୩ବର୍ଷର ନାବାଳିକା । ଏହି ଘଟଣାରେ ଓଟିଭିର ଏମଡିଙ୍କୁ ହାଜର ପାଇଁ ନୋଟିସ ଜାରି କରିସାରିଛନ୍ତି ମହିଳା କମିଶନ । ଆସନ୍ତା ୨୧ ତାରିଖରେ ଏମଡିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ହୋଇଛି । ସେ ହାଜର ନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

Show More
Back to top button