ଧର୍ମନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି

ସତ୍ୟଶିଖା (ପୁରୀ) ୨୮/୧୦/୨୦୨୦ : ଶ୍ରୀମନ୍ଦିରରେ ଆଜି କାର୍ତ୍ତିକ ନୀତି ସହ ମହାପ୍ରଭୁଙ୍କ ଶ୍ରୀମୃଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ । ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।ପ୍ରଥା ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାରରେ ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି । ଆଜି ଏହି ବନକଲାଗି ନୀତି ଅନୁଷ୍ଠିତ ହେଉଛି । ଦତ୍ତ ମହାପାତ୍ର ସେବାୟତମାନେ ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ପହୁଡ ଆଳତୀ କରାଯାଇ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯିବ । ପ୍ରାୟ ୪ ଘଣ୍ଟାର ଏହି ବନକ ଲାଗି ନୀତି ଥିବାରୁ ସର୍ବ ସାଧାରଣ ଦର୍ଶନକୁ ବନ୍ଦ କରାଯାଇ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବାର ପରମ୍ପରା ରହିଛି । ତେବେ ବନକ ଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି।

Show More
Back to top button