ରାଜ୍ୟ

ଲକ୍‌ଡାଉନ୍‌ ନ ବଢ଼ିଲେ ବାତିଲ ହେବ ଖରା ଛୁଟି

କଟକ(ସତ୍ୟଶିଖା): ମେ୩ ପରେ ଯଦି ଲକ୍‌ଡାଉନ୍ ନ ବଢ଼େ ତେବେ ଉଭୟ ଓଡ଼ିଶା ହାଇକୋର୍ଟ ଓ ତଳକୋର୍ଟର ଖରା ଛୁଟି ବାତିଲ ହେବ। ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ ଓ ଆଡଭୋକେଟ ଜେନେରାଲଙ୍କ ସହ ବିଚାରବିମର୍ଶ ପରେ ହାଇକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଲକ୍‌ ଡାଉନ୍‌ରେ କୋର୍ଟ ବନ୍ଦ ଥିବାରୁ ଖରାଛୁଟିରେ କୋର୍ଟ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଲକ୍‌ଡାଉନ ସମୟରେ ଜରୁରୀ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ଏକ ଘଣ୍ଟା ଖୋଲୁଥିଲା ଏବଂ ମାମଲାର ଶୁଣାଣି ଭିଡିଓ କନ୍‌ଫେରନ୍ସିଂ ଦ୍ୱାରା କରାଯାଉଥିଲା। ତଳ କୋର୍ଟ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା। ଯଦି ମେ୩ ତାରିଖ ପରେ ଲକ୍‌ଡାଉନ ନ ଉଠେ ତେବେ ଏହି ପରି ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଜରୁରୀ ମାମଲାର ଶୁଣାଣି କରାଯିବ।

[ad_2]
Show More
Back to top button