ପୋଲିସ ଚଢାଉ ବିପୁଳ ପରିମାଣର ସାମଗ୍ରୀ ଜବତ ନକଲି ଜର୍ଦ୍ଦା ପ୍ରସ୍ତୁତି

ସତ୍ୟଶିଖା (ଭଦ୍ରକ) ୧୫/୧୦/୨୦୨୦ : ଭଦ୍ରକରୁ ପୁଣି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଭଦ୍ରକ ପୁରୁଣା ବଜାର ପୋଲିସ ପକ୍ଷରୁ ଚଢାଉ କରାଯାଇଛି ନକଲି ଜର୍ଦ୍ଦା ଜବତ କରାଯାଇଛି । ଖବର ଅନୁଯାୟୀ, ପୁରୁଣା ବଜରା ଥାନା ବଡ଼ ଶଙ୍କରପୁର ନିକଟରେ ଏକ ଘର ଭିତରେ ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉଥିଲା । ଯାହାର ଖବର ପୋଲିସ ପାଇବାର ପରେ ସଂପୃକ୍ତ ଘରେ ଚଢାଉ କରିଥିଲା । ଚଢାଉ କରି ଘର ଭିତରୁ ବେଆଇନ ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀ ସବୁକୁ ଜବତ କରାଯାଇଛି । ବେଆଇନ ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ ପ୍ୟାକିଂ କରାଯାଉଥିଲା ।ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ତେବେ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ସେକ ସାହିଦ କାଦରୀଙ୍କୁ ଗିରଫ କରାଯାଇଛି । ପୁରୁଣା ବଜାର ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ନକଲି ଜ଼ର୍ଦ୍ଦା ପ୍ରସ୍ତୁତ କରାଯାଉ ଥିବା ବେଳେ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ଚଢ଼ାଉ ଜାରିରହିଛି । ପୂର୍ବରୁ ମଧ୍ୟ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ଜର୍ଦ୍ଦା ଓ ଗୁଟ୍ଖା କାରଖାନା ଠାବ ହୋଇଛି ।