ଶ୍ରୀମନ୍ଦିରକୁ ପ୍ରବେଶ ବେଳେ କ୍ୟାମେରା ସହ ଜଣେ ଯୁବକଙ୍କୁ ଧରିଲା ପୋଲିସ ।

ସତ୍ୟଶିଖା ୦୫/୦୮/୨୦୨୫: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚିନ୍ତା । ଗତ କିଛି ଦିନ ହେଲା ଶ୍ରୀମନ୍ଦିରରୁ ତିନୋଟି ହିଡେନ୍‌ କ୍ୟାମେରା ଜବତ ହୋଇଛି । କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ମଧ୍ୟରେ ଚଷମାରେ ହିଡେନ୍‌ କ୍ୟାମେରା ଫିଟ୍‌ କରି ବୁଲୁଥିଲେ । ଯାହାକୁ ସନ୍ଦେହ ହେବା ପରେ ପୋଲିସ ଗିରଫ କରିବା ସହ ତାଙ୍କ ନାଁର ମାମଲା ରୁଜୁ କରିଥିଲା । ତେବେ ଗୋଟିଏ ଘଟଣାକୁ କିଛି ଦିନ ବିତିଛି କି ନାହିଁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗୁଜୁରାଟ ସୁରତର ଜଣେ ଯୁବକ ଶ୍ରୀମନ୍ଦିର ମଧ୍ୟରେ ଚଷମାରେ ହିଡେନ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ । ମୁକ୍ତି  ମଣ୍ଡପ ନିକଟରେ ବୁଲୁଥିବା ବେଳେ ଧରିଥିଲେ ଜେଟିପି । ତାଙ୍କୁ ମଧ୍ୟ ସିଂହଦ୍ୱାର ଥାନାରେ ଅଟକ ରଖିଛି ପୋଲିସ । ଦୁଇଟି ଘଟଣାରେ ଆଖି ସାମ୍ନାରେ ଥିବା ବେଳେ ଆଉ ଏକ ଖବର ପୋଲିସ ପ୍ରଶାସନ ନିକଟକୁ ଆସିଛି । ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରା ଦେଇ ଜଣେ ଯୁବକ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଥିଲେ । ତାଙ୍କ ସହିତ ମଧ୍ୟ ଏକ ହିଡେନ୍‌ କ୍ୟାମେରା ରହିଥିଲା । ଯାହା ସଂପର୍କରେ ଖବର ପାଇ ପୋଲିସ ତୁରନ୍ତ ଆକ୍ସନକୁ ଆସିଥିଲା । ଉକ୍ତ ଯୁବକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏହାସହ ହିଡେନ୍‌ କ୍ୟାମେର୍‌କୁ ମଧ୍ୟ ଜବତ କରିଛି ସିଂହଦ୍ୱାର ପୋଲିସ ।

Exit mobile version