ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ଲାନେଟୋରିୟମ୍‌

ସତ୍ୟଶିଖା (ଭୁବନେଶ୍ୱର)୩୦.୧୨.୨୦୨୧: ରାଜ୍ୟରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୧୪ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ପଶିଛି ଛନକା । ଯାହାକୁ ନେଇ ଧିରେ ଧିରେ ରାଜ୍ୟରେ ବଢୁଛି କଟକଣା । ଓମିକ୍ରନ୍ ଭୟାବହତା ମଧ୍ୟରେ ଭିଡ ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ବନ୍ଦ ହେବାକୁ ଯାଉଛି ରାଜ୍ୟର ଦୁଇଟି ପ୍ଲାନେଟୋରିୟମ୍ ।

ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟୋରିୟମ୍ ଓ ବୁର୍ଲା ପ୍ଲାନେଟୋରିୟମ୍ କୁ ଆସନ୍ତାକାଲି ଠାରୁ ୨ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଅନ୍ୟପଟେ ସାଧାରଣ ଭାବରେ ନୂଆବର୍ଷ ଭିଡକୁ ମଧ୍ୟ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ସୂଚନା ମିଳିଛି ।

Exit mobile version