ଖୁବ୍ ଶୀଘ୍ର ଉଡିବ ବିମାନ ରାଉରକେଲାରୁ

ସତ୍ୟଶିଖା (ରାଉରକେଲା) ୧୪.୧୨.୨୦୨୦ : ରାଉରକେଲା ବିମାନଘାଟିରୁ ଖୁବ୍ ଶ୍ରୀଘ୍ର ଉଡିବ ବିମାନ । ଏ ନେଇ ସିଭିଲ ଆଭିଏସନ୍ ମନ୍ତ୍ରଣାଳୟର ଯୁଗ୍ମ ସମ୍ପାଦିକା ଉଷା ପାଢ଼ୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ଉଷା ପାଢୀ ରାଉରକେଲା ବିମାନ ଚଳାଚଳ ନେଇ ରାଜ୍ୟ ସରକାର ଏବଂ ଭାରତୀୟ ବିମାନ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବିମାନ ଉଡାଣକୁ ନେଇ ଟ୍ବିଟ୍ କରିଛନ୍ତି ।ନଭେମ୍ବର ମାସ ୨୦ ତାରିଖ ଦିନ ରାଉରକେଲା ଗ୍ରସ୍ତରେ ଆସିଥିଲେ ଏୟାର ଅଥରିଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଟିମ୍ ସହ ଦୁଇଟି ଘରୋଇ ବିମାନ କମ୍ପାନୀର ବରିଷ୍ଠ ଅଧିକାରୀ ରାଉରକେଲା ବିମାନଘାଟି ଆନୁଷଙ୍ଗିକ ବ୍ୟବସ୍ଥା ସହ ବିଭିନ୍ନ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ତା ପୂର୍ବରୁ ଗତ ଅକ୍ଟୋବର ୧୫ତାରିଖରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଧନ ପାଢ଼ୀ ରାଉରକେଲା ଗସ୍ତରେ ଆସି ବିମାନଘାଟି କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଥିଲ । ଉଷା ପାଢ଼ୀଙ୍କ ଟ୍ବିଟ୍ ପରେ ରାଉରକେଲା ବିମାନଘାଟିରୁ ବିମାନ ଉଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ କେବେ ଉଡିବ ତାହାକୁ ଅପେକ୍ଷା କରାଯାଇଛି