ସତ୍ୟଶିଖା(ଭୁବନେଶ୍ୱର) ୦୫ .୦୭.୨୦୨୧: ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଚଳାଚଳ କରିବ। ସବୁ ଠିକଠାକ୍ ଚାଲିଲେ ଏହାର ସମ୍ଭାବନା ଅଧିକ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି କରୋନା ପାଇଁ ବିମାନ ବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି। ରାଉରକେଲା, ଉତକେଲା, ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ାଣ ପାଇଁ ସହଯୋଗ କରୁଛୁ। ଏଥିସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି। ଏହାଛଡା ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ହୋଇଯାଇଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିଲେ ବୋଲି ସେ କହିଛନ୍ତି।
୨୦୨୨ରୁ ପୁରୀରୁ ଉଡ଼ିବ ବିମାନ
