ରାଜ୍ୟ
ବିଲରୁ ମିଳିଲା ଯୁବକଙ୍କ ମୃତଦେହ | Satyasikha


ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଆନ୍ତର୍ଗତ କୁମଡ଼ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାଁ ଦିବାକର ନାୟକ। ବିଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୁଲିସ୍ ଏହି ଘଟଣାରେ ସିପୁ ନାଇକ ନାମକ ଯୁବକଙ୍କୁ ଗିରଫ କରିଛି।
ଆହୁରି ପଢ଼ନ୍ତୁ
ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିବାକର ନାଇକଙ୍କ ସମ୍ପର୍କୀୟ ଭାଉଜକୁ ସିପୁ ନାଇକଙ୍କ ବାପା ଅଯୋଧ୍ୟା ନାଇକ ଗାଳିଗୁଲଜ କରୁଥିଲେ। ଦିବାକର ଏହାକୁ ବିରୋଧ କରିଥିଲେ। ଏନେଇ ସିପୁ ରାଗ ରଖି ପୁଅକୁ ହତ୍ୟା କରିଛି ବୋଲି ଦିବାକରଙ୍କ ମା’ ଅଭିଯୋଗ କରିଛନ୍ତି।
ଗତକାଲି ରାତିରେ ସିପୁଙ୍କ ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।