ଦେଶ

କ୍ୱାରେଣ୍ଟାଇନରୁ ଖସି ଆତ୍ମହତ୍ୟା କଲେ ଶ୍ରମିକ

ବରେଲୀ: ଉତ୍ତର ପ୍ରଦେଶରେ କରୋନା ଭୟରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। କ୍ୱାରେଣ୍ଟାଇନରେ ଥିବା ଜଣେ ୨୩ ବର୍ଷୀୟ ଶ୍ରମିକ ଏଠାରୁ ଖସି ଯାଇ ଆତ୍ମହତ୍ୟା କରିଛନ୍ତି। ସେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଲକ୍ଷ୍ମୀପୁରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ୍‌ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଆତ୍ମହତ୍ୟା କରିଛନ୍ତି।

ମାର୍ଚ୍ଚ ୨୮ରେ ଏହି ଯୁବକ ଓ ତାଙ୍କର ୬ ଜଣ ଶ୍ରମିକ ଗୁରୁଗ୍ରାମରୁ ଫେରିଥିଲେ। ବାହାର ରାଜ୍ୟରୁ ଆସିଥିବାରୁ ସମସ୍ତଙ୍କୁ ଗାଁ ନିକଟ ସ୍କୁଲରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ହଲରେ ରଖାଯାଇଥିଲା। ଏଠାରେ ରହିବା ଅବସ୍ଥାରେ ଶ୍ରମିକ ଜଣଙ୍କ ଦୁଇଥର ଏଠାରୁ ଖସିବାକୁ ଚେଷ୍ଟା କରିଥିଲେ। ହେଲେ ଅଧିକାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ମଙ୍ଗଳବାର ମଧ୍ୟାହ୍ଣରେ ସେ ସେଠାରେ ଖସି ଘରକୁ ଚାଲି ଯାଇଥିଲେ।

ଆହୁରି ପଢ଼ନ୍ତୁ

ପୁଲିସ୍‌ ଏହା ଜାଣିବା ପରେ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଘରୁ ମଧ୍ୟ ଫେରାର ହୋଇଯାଇଥିଲେ। ଶେଷରେ ଗାଁ ମୁଣ୍ଡ ଗଛରେ ତାଙ୍କ ଝୁଲାନ୍ତା ମୃତଦେହ ଠାବ ହୋଇଛି।

ଏହାକୁ ମିଶାଇ କରୋନା ଭାଇରସ ସହ ଜଡ଼ିତ ୫ମ ଆତ୍ମହତ୍ୟା ମାମଲା ଉତ୍ତର ପ୍ରଦେଶରେ ଘଟିଛି। ମଙ୍ଗଳବାର ମଥୁରାରେ ଜଣେ ଚାଷୀ ଥଣ୍ଡା ଓ ଜ୍ୱର ହେବାରୁ ଭୟରେ ଆତ୍ମହତ୍ୟା କରିଥିଲେ। ମାର୍ଚ୍ଚ ୨୪ରେ କାନପୁରରେ ଜଣେ ଯୁବକ କରୋନା ଭୟରେ ସୁଇସାଇଡ କରିଥିଲେ। ହାପୁର ଓ ବରେଲୀରେ ମଧ୍ୟ ଦୁଇ ଜଣ ଯୁବକ କରୋନାକୁ ଡରି ଜୀବନ ହାରିଥିଲେ।

[ad_2]
Show More
Back to top button