ସଂଗ୍ରାମ ଜେନାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ସତ୍ୟଶିଖା(ଭୁବନେଶ୍ୱର ) ୧୯.୦୮ .୨୦୨୧: ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ସଂଗ୍ରାମ ଜେନା(ବାପି)ଙ୍କ ଅକାଳ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ବାପି ଜଣେ ଉଦୟମାନ ଯୁବସଂଗଠକ ଥିଲେ। ସେ ସର୍ଦାସର୍ବଦା ଯୁବକମାନଙ୍କ ପାଇଁ ଚିନ୍ତା କରି ଗତ କିଛି ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଆସୁଥିଲେ। ଭବିଷ୍ୟତରେ ବାପି ଓଡ଼ିଶା ପାଇଁ ବହୁତ କିଛି କାମକରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଜି ବାପି ଅସ୍ତମିତ ହୋଇଗଲେ। ଏହି ଦାରୁଣ ଦୁଃଖ ମୋ ପକ୍ଷେ ସହ୍ୟ କରିବା ଅସମ୍ଭବ । ବାପିଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ବିଶେଷ କରି ଯୁବ ସମାଜ ପାଇଁ ଅପୂରଣୀୟ କ୍ଷତି। ସ୍ବର୍ଗତଃ ଅମର ଆତ୍ମାର ସଦଗତି କାମନା କରି ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଜୟଦେବ ବାବୁ ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଯଥେଷ୍ଟ ଶକ୍ତି ସାହସ ଓ ଧୈର୍ୟ୍ୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କାମନା କରିଛନ୍ତି।

Exit mobile version