ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

ସତ୍ୟଶିଖା (କଳାହାଣ୍ଡି) ୧୩/୦୧/୨୦୨୧ : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବସ୍‌ ହେଲପର ଓ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଳ୍ପେକ ବର୍ତ୍ତିଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରିଛି । ଖବର ଅନୁଯାୟୀ,  କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଉପରେ ଆଜି ଭୋର ସମୟରେ ଦୁର୍ଘଟଣା ଘଟିଛି । ଭୁବନେଶ୍ୱର ରୁ ମାଳକାନଗିରି ଆସୁଥିବା ଦିଲଖୁସ ନାମକ ଏକ ଘରୋଇ ବସ ନଂ OD 02 OS 5097  ଓଲଟି ପଡ଼ିଥିଲା ।  ଦୁର୍ଘଟଣା ସଂପର୍କରେ ପୋଲିସ ଖବର ପାଇଥିଲା । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗାଡ଼ିର ହେଲପର ଓ ଜଣେ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ଆମପାଣି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Show More
Back to top button