

ସତ୍ୟଶିଖା(ଭୁବନେଶ୍ୱର )୨୧.୧୦ .୨୦୨୧: ଆଜିଠାରୁ କଟକ ଓ ଭୁବନେଶ୍ବରରୁ ହଟିବ ପାର୍ବଣ କଟକଣା। ୧୧ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ଲାଗିଥିବା ପାର୍ବଣ କଟକଣାର ବୁଧବାର ଥିଲା ଶେଷ ଦିନ। ଆଜିଠାରୁ କଟକ ଓ ଭୁବନେଶ୍ବରରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା ରହିପାରିବ।
ପାର୍ବଣ ସମୟରେ କଟକ ଓ ଭୁବନେଶ୍ବରରେ ବିଭିନ୍ନ ହାଟବଜାରରେ ଯେଉଁ ଗହଳି ଦେଖିବାକୁ ମିଳିଥିଲା ତା’ର ପ୍ରଭାବ ଆଗାମୀ ଦିନରେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।