ସତ୍ୟଶିଖା (ଭୁବନେଶ୍ଵର) ୨୫/୧୧/୨୦୨୦: ଶ୍ରୀକ୍ଷେତ୍ରରେ ଆଜିଠୁ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସକ ଯାକ ଶ୍ରୀଜିଉ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିବା ବେଳେ ଶେଷ ୫ଦିନରେ ୫ପ୍ରକାର ବେଶରେ ଦର୍ଶନ ଦେଇଥାଆନ୍ତି ଶ୍ରୀଜିଉ । କାର୍ତ୍ତିକ ମାସରେ ଏହି ବ୍ରତ ପାଳନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେଥିପାଇଁ ବ୍ରତଧାରୀମାନେ ବେଶ ନିଷ୍ଠାର ସହିତ ଏହାକୁ ପାଳନ କରନ୍ତି । ଶ୍ରୀକ୍ଷେତ୍ରରେ ଥିବା ପୁଷ୍କରିଣୀ ଓ ମହୋଦଧୀରେ ସ୍ନାନ କରି ଉପବାସ ରଖିଥାଆନ୍ତି ବ୍ରତଧାରୀ। କାର୍ତ୍ତିକ ବ୍ରତର ଶେଷ ୫ ଦିନର ପ୍ରଥମ ଦିନ ହରି ଶୟନ ଉଥାନ ଏକାଦଶୀ । ସେଥିପାଇଁ ଶ୍ରୀମନ୍ଦିରର ପ୍ରଶାସନ ପ୍ରାତଃ ୪ଟାରେ ଦ୍ୱାରଫିଟା ପରେ ଅବକାଶ ନୀତି ହୋଇଥାଏ ।
ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ
