

ସତ୍ୟଶିଖା ୨୪ /୧୨/୨୦୨୦ : ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ । ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲୀ ବ୍ଲକ ଚେରୁପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ୍ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲୀ ବ୍ଲକ ଚେରୁପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ତାଙ୍କ ଅଫିସ, ସୋନପୁର ସହରର ସ୍ଥିତ ମଣିକେଶ୍ୱରୀ ପଡ଼ାରେ ଥିବା ତାଙ୍କ ଘରେ ଚଢାଉ ଜାରି ରହିଛି । ସମ୍ବଲପୁର ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ୧୮ଜଣିଆ ଟିମ୍ ଚଢାଉ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ ।