ପଦ୍ମଶ୍ରୀ ରମାକାନ୍ତ ରଥଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର

ସତ୍ୟଶିଖା(ଗୋପାଳପୁର) ୦୧.୧୨.୨୦୨୧: ୨୦୨୨ ଜାନୁଆରୀ ୨ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୬ତମ ପ୍ରତିଷ୍ଠା ଦିବସ  ଅନୁଷ୍ଠିତ ହେବ ।  ଏହି ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ପଦ୍ମଶ୍ରୀ ରମାକାନ୍ତ ରଥଙ୍କୁ ପ୍ରଦାନ କରାଯିବ।  କୁଳପତି ପ୍ରଫେସର ଗୋବିନ୍ଦ ଜୋଶେଫ ଚକ୍ରପାଣିଙ୍କ ପୌରହିତ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟଅତିଥି ଭାବେ ଯୋଗଦେବେ।  ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନରେ ନରେନ୍ଦ୍ରପୁରର ଶଙ୍ଖ ଓ ରଣପା ନୃତ୍ୟ ଗୁରୁ ରାଜେନ୍ଦ୍ର ମହାପାତ୍ର ଏବଂ କୋୟା ନୃତ୍ୟ ମାଲକାନଗିରିର ଶାନ୍ତି କବାସୀ ପ୍ରଦାନ କରାଯିବ। ସେହିପରି ନାଟ୍ୟକାର ତଥା ଲୋକ ନୃତ୍ୟ ଗବେଷକ ମନ୍ମଥ କୁମାର ଶତପଥୀ ଏବଂ ପୋଲସରା ଅଞ୍ଚଳର ବରିଷ୍ଠ ସାହିତ୍ୟିକ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବ।

Exit mobile version