ସତ୍ୟଶିଖା ୨୨ /୧୨/୨୦୨୦ : ନୂଆ ରୁପରେ ବାବା କା ଢାବା । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ମାଲବୀୟ ନଗରରେ ଏକ ନୂଆ ରେଷ୍ଟୁରାଂଟ ଉଦଘାଟନ କରିଛନ୍ତି । ୟୁଟ୍ୟୁବର ଗୌରବ ବାସନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବାବା କା ଢାବା ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହାପରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ଉପରେ ପଇସା ପତ୍ର ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏଥିପାଇଁ କାନ୍ତା ପ୍ରସାଦ ମଧ୍ୟ ପୋଲିସର ଦ୍ୱାରସ୍ତ ହୋଇଥିଲେ ।