ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ୨ ପତ୍ର

ସତ୍ୟଶିଖା ୨୨/୦୧/୨୦୨୧ :

ବିଭିନ୍ନ ପତ୍ରର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ? ପତ୍ରର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଗୁଣ ରହିଛି । ଜାଣନ୍ତୁ ଏହି ୨ ପତ୍ରର ଉପକାରୀ ଗୁଣ ।
ପାଚନରେ ସହାୟକ –
ଧନିଆ ଗୁଣ୍ଡ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ।
ଥଣ୍ଡାରୁ ଦୂରରେ ରଖେ –
ନିୟମିତ ଅଳ୍ପ ଧନିଆ ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ବେଳେ ବେଳେ ହଠାତ ନାକରୁ ରକ୍ତ ବାହାରିଥାଏ । ଧନିଆର ରସ ପକାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
ଧନିଆର ଔଷଧୀୟ ଗୁଣ –
କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ । ଛାଣିବା ପରେ ଏଥିରେ ମିଶ୍ରି ସାମାନ୍ୟ ହଳଦୀ ପକାଇ ଗୋଳାନ୍ତୁ । ଗୋଳାଇବା ପରେ ଏହାକୁ ପିଅନ୍ତୁ । ଏପରି କରିବା ଫଳରେ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ ।
ଚା’ପ୍ରସ୍ତୁତ କରିବା ସମୟରେ ମଧ୍ୟ ଧନିଆକୁ ପକାଇ ଏହାକୁ ପିଇ ପାରିପାରିବେ ।
ମୁଣ୍ଡ ବିନ୍ଧାରୁ ମୁକ୍ତି –
ଧନିଆର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ପେଟରୁ କୃମି ଦୂର କରେ –
ଧନିଆ ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ ।
ବିଟ୍ ପତ୍ର
୧- ବିଟ୍ ରେ ଭିଟାମିନ ଏ ଅଧିକ ଥିବାରୁ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
୨- ଏଥିରେ ଥିବା କ୍ୟାଲସିୟମ ହାଡ଼କୁ ମଜଭୂତ କରିଥାଏ।
୩- ବିଟ୍ ପତ୍ରର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଭିଟାମିନ ସି ର ଅଭାବ ହୋଇନଥାଏ।
୪-ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ମଧ୍ୟ ଲାଭଦାୟକ।
୫- ଏହା ଭିଟାମିନ କେର ଅଭାବ ମଧ୍ୟ ପୂରଣ କରିଥାଏ।
୬-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
୭- ଏହାକୁ ସେବନ କରିବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ।

Show More
Back to top button