ରାଜ୍ୟ

ଆଜିଠୁ ୪୩ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ ଆରମ୍ଭ

ସତ୍ୟଶିଖା(ଭୁବନେଶ୍ୱର) ୦୬ .୦୭.୨୦୨୧: ଆଜି ଠାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ୪୩ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ କରିବ । ବସ୍‌ରେ ଯାତ୍ରା ସମୟରେ ମାସ୍କ ବାଧ୍ୟାତାମୂଳକ ରହିବ । ଏହି ବସ୍ ଗୁଡିକ ରାଷ୍ଟ୍ରାୟତ ନିଗମର ୧୬ଟି ଡିପୋରୁ ଯାତାୟାତ କରିବ । ତେବେ ଏ କ୍ୟାଟୋଗୋରୀ ଜିଲ୍ଲାଗୁଡିକରେ ଆନ୍ତଃଜିଲ୍ଲା ଏବଂ ଆନ୍ତଃବସ୍ ଦ୍ୱାରା ସାଧାରଣ ପରିବହନ କେବଳ ବସିବା କ୍ଷମତା ସହିତ କାର୍ଯ୍ୟକ୍ଷମ ରହିବ । କୌଣସି ଯାତ୍ରୀଙ୍କୁ ଛିଡାହୋଇ ଯିବାପାଇଁ ଅନୁମତି ଦିଆଯିବ ନାହିଁ । ଓଏସ୍‌ଆର୍‌ଟିସିର ସମସ୍ତ ବସ୍ ନିୟମିତ ସାନିଟାଇଜ କରାଯିବ । କାଟାଗୋରୀ-ଏ ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର । ପ୍ରମୁଖ ଡିପୋ ଗୁଡିକ ହେଉଛି – ଅନୁଗୁଳ, ବରଗଡ଼, ଭବାନୀପାଟଣା, ବଲାଙ୍ଗିର, ଜୟପୁର, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପଦ୍ମପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡା, ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ଼।
ଯେଉଁ ପ୍ରମୁଖ ରୁଟ୍‌ରେ ବସ୍ ଚଳାଚଳ ହେବ ସେଗୁଡିକ ହେଉଛି – ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା- ବ୍ରହ୍ମପୁର ଭାୟା ଭଞ୍ଜନଗର, ବଲାଙ୍ଗିର- ବ୍ରହ୍ମପୁର, ଜୟପୁର-ଫୁଲବାଣୀ,ଜୟପୁର-ଗୁଣୁପୁର, ଜୟପୁର-ମୋଟୁ, କେନ୍ଦୁଝର-ବଲାଙ୍ଗିର, ଚିତ୍ରକୋଣ୍ଡା-କାଲିମେଳା, ନବରଙ୍ଗପୁର-ବନ୍ଧଗୁଡା, ପଦ୍ମପୁର-ସମ୍ବଲପୁର, ଫୁଲବାଣୀ-ହାତୀମୁ୍‌ଣ୍ଡା, ରାୟଗଡ଼ା-କାଶୀପୁର ଆଦି । ତେବେ ବସ୍‌ରେ ଭିଡ଼ ନକରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Show More
Back to top button