ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଓଡ଼ିଶାକୁ ଆସିଲା ଓମିସିୟର ଟେଷ୍ଟିଂ କିଟ୍‌

ସତ୍ୟଶିଖା (ଭୁବନେଶ୍ୱର)୧୯.୦୧.୨୦୨୨: ଓଡିଶା ଆସିଲା ଓମିସିୟର ଟେଷ୍ଟିଂ କିଟ୍‌ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଛି କିଛି କିଟ୍‌ । ଏଣିକି ରାଜ୍ୟରେ ସହଜରେ ଚିହ୍ନଟ ହୋଇପାରିବ ଓମିକ୍ରନ ଭାରିଆଣ୍ଟ। ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଁଚିଲା ୩୦ ହଜାର ଓମିସିୟୋର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏହା ଠିକ ଅଛି ନା ନାହିଁ ଟେଷ୍ଟ କରାଯାଉଛି । ଏହାକୁ ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲ୍ଲାକୁ ଓମିସିୟୋର କିଟ୍ ପଠାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ମୁଖ୍ୟତଃ ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ  ପଜିଟିଭ ସଂଖ୍ୟା ଅଧିକ ରହୁଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ୪ ସହରକୁ ଏହି କିଟ୍‌ ପହଞ୍ଚା ଯିବ ।  ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ କରୋନା ସ୍ଥିତି ନେଇ  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,  କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି, କିଛି ସ୍ଥାନରେ ଆର ଭାଲ୍ୟୁ  ଅଧିକ ରହିବ। ଭୟଭୀତ ହୁଅନ୍ତୁନି, ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । ଆର ଭାଲ୍ୟୁ ସହ ହସ୍ପିଟାଲାଇଜେସନ କେସ୍‌, ଭେଣ୍ଟିଲେଟର, ଅକ୍ସିଜେନ ବ୍ୟବହାର ରେଟ୍‌ କେତେ ଅଛି, ତାହାକୁ ବି ଦେଖିବାକୁ ପଡ଼ିବ । ତେଣୁ କେବଳ ଆର ଭାଲ୍ୟୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ।

Show More
Back to top button