ଅପରାଧନ୍ୟୁଜ୍ରାଜ୍ୟ

ନିଖୋଜ ଥିଲେ ବୃଦ୍ଧା, ମାସେ ପରେ ମିଳିଲା ମୃତଦେହ

ସତ୍ୟଶିଖା( ଖୋର୍ଦ୍ଧା )୦୨.୦୫.୨୦୨୨ :  ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ବୃଦ୍ଧା। ମାସେ ପରେ କାଜୁ ଜଙ୍ଗଲରୁ ମିଳିଲା ଗଳିତ ମୃତଦେହ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରାଧାମୋହନପୁରରେ। ବୃଦ୍ଧା ଜଣଙ୍କ ହେଲେ ହେମାମଣି ମୁଦୁଲି। ତାଙ୍କ ଘର ସିକୋ ଗାଁରେ।ମାର୍ଚ୍ଚ ୨୯ ତାରିଖ ସକାଳ ପ୍ରାୟ ୯ଟାରେ ହେମାମଣି ଗାଁ ନିକଟରେ ଥିବା ଚୁଆକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରିଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ।  ପରେ ପରିବାର ଲୋକେ ଏନେଇ ସିକୋ  ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ସନ୍ଧ୍ୟାରେ ରାଧାମୋହନପୁର କାଜୁ ଜଙ୍ଗଲରେ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ହେମାମଣିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚି   ମୃତଦେହ  ନିକଟରେ ପଡ଼ିଥିବା ମଙ୍ଗଳସୂତ୍ର ଓ ଶାଢ଼ୀକୁ ଦେଖି ଏହା ହେମାମଣିଙ୍କର ବୋଲି ଚିହ୍ନଟ କରିଥିଲେ। ପୁଲିସ କିଛି ଅସ୍ଥି ଜବତ କରି ପରୀକ୍ଷା ପାଇଁ କଟକକୁ ପଠାଯାଇଛି।କିପରି ହେମାମଣିଙ୍କ ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି ଓ ପୁଲିସ ଘଟଣାର ତଦନ୍ତ କରୁଛି।

Show More
Back to top button