ସତ୍ୟଶିଖା ( ନୂଆଦିଲ୍ଲୀ ) ୦୧.୦୮.୨୦୨୦ : ନୂଆଦିଲ୍ଲୀ ଆଜି ଅଗଷ୍ଟ ମାସ ୧ ତାରିଖ | ସାଧାରଣ ଜନତାଙ୍କ ଆଶ୍ବସ୍ତିକର ଖବର ନେଇ ଆସିଛି | ଦେଶର ତୈଳ କମ୍ପାନୀ HPCL, BPCL, IOC ଏଲପିଜି ଗ୍ୟାସ ମୂଲ୍ୟରେ ପରିବର୍ତ୍ତନ କରିଛନ୍ତି | ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ଡା, ୫୯୪ ଟଙ୍କାରେ ସ୍ଥିର ରହିଛି | ଅନ୍ୟ ସହରମାନଙ୍କରେ ମଧ୍ୟ ଘରୋଇ ଇନ୍ଧନ ଗ୍ୟାସ ଦାମ ସ୍ଥିର ରହିଛି | ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡର ୪ ଟଙ୍କା ବୃଦ୍ଧି ପାଇଥିଲା | ଜୁନ ମାସରେ ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ନନ-ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା | ମେ ମାସରେ ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା |
ଦିଲ୍ଲୀରେ ୧୪.୨ କିଲୋ ନନ-ସବସିଡି ଗ୍ୟାସ ସିଲିଣ୍ଡର ୫୯୪ ଟଙ୍କାରେ ସ୍ଥିର ହୋଇଛି | ମୁମ୍ବାଇରେ ନନ-ସବସିଡି ଗ୍ୟାସ ସିଲିଣ୍ଡର ଦାମ ୫୯୪ ଟଙ୍କା ରହିଛି | ଚେନ୍ନାଇରେ ୬୧୦.୫୦ ଟଙ୍କା ରହିଛି | କୋଲକାତାରେ ସିଲିଣ୍ଡର ପିଛା ୫୦ ପଇସା ବୃଦ୍ଧି ପାଇଛି |
ଦିଲ୍ଲୀରେ ୧୯ କିଲୋ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ କିଛି ପରିବର୍ତ୍ତନ ନ ହୋଇ ୧୧୩୫.୫୦ ଟଙ୍କାରେ ସ୍ଥିର ରହିଛି |
କୋଲକାତାରେ ୧୯ କିଲୋ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୧୧୯୭.୫୦ ଟଙ୍କାରୁ ବୃଦ୍ଧି ପାଇ ୧୧୯୮.୫୦ ଟଙ୍କା ହୋଇଛି |
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୧୯ କିଲୋ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୧୦୯୦.୫୦ ଟଙ୍କାରୁ ବୃଦ୍ଧି ପାଇ ୧୦୯୧ ଟଙ୍କା ହୋଇଛି |
ଦେଶର ଚତୁର୍ଥ ବଡ ମହାନଗର ଚେନ୍ନାଇରେ ୧୯ କିଲୋ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୧୨୫୫ ଟଙ୍କାରୁ ହ୍ରାସ ପାଇ ୧୨୫୩ ଟଙ୍କା ହୋଇଛି|