ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ଚିଠି ଲେଖିଲା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ

ସତ୍ୟଶିଖା ( ଭୁବନେଶ୍ୱର )୨୦ /୧୧ /୨୦୨୧: ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ କଲେ ଅନୁରୋଧ ।  ଷଷ୍ଠ, ସପ୍ତମ ଖୋଲିଥିବା ବେଳେ ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ଚିଠି ଳେଖିଥିବା ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ।

ଏଠାରେ କହି ରଖୁଛୁ ଯେ, କୋଭିଡ ଗାଇଡଲାଇନ ଅନୁସାରେ ପର୍ଯ୍ୟାୟ କ୍ରମେ ରାଜ୍ୟରେ ସ୍କୁଲ ଖୋଲିଛି ।  ପୂର୍ବରୁ ଅଷ୍ଠମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିଥିବାବେଳେ ନଭେମ୍ବର 15 ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯାଉଛନ୍ତି । କରୋନା ସଂକ୍ରମଣ କମୁଥିବାବେଳେ ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ସେପଟେ କୋଭିଡ୍ ମୁକ୍ତ ପାଠପଢ଼ା  ଲାଗି ସ୍କୁଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ହାତ ଧୋଇବାକୁ ପାଣିର ବ୍ୟବସ୍ଥା ହୋଇଛି । ସାନିଟାଇଜର ବି ରଖାଯାଇଛି । କୋଭିଡ୍ ଯୋଗୁଁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହୋଇଛ ।  ଅନଲାଇନ୍‌ କ୍ଲାସ୍ ସେତେଟା ପ୍ରଭାବି ହୋଇପାରିନି  । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି।

Exit mobile version